Thursday, July 30, 2015

ଆଦର୍ଶ ଗୁରୁ

ଜଣେ ବୌଦ୍ଧ ସାଧୁ ତାଙ୍କର ଶିଷ୍ୟ ସହିତ ଯାଉଥିଲେ । ବାଟରେ ଶିଷ୍ୟ ଦେଖିଲା କୃଷକ ତା’ର ଜମିରେ ହଳ କରୁଛି । ଶିଷ୍ୟ ସେହି ଜମି ପାଖରେ ଚାଷ କାର୍ଯ୍ୟ ନିରୀକ୍ଷଣ କରୁକରୁ ଦେଖିଲା, ଲଙ୍ଗଳ ମୁନରେ ମାଟି ଭିତରୁ ନାନା କୀଟ ବାହାରି ଆସୁଛନ୍ତି । ମେସାନଙ୍କୁ ପକ୍ଷୀମାନେ ଥଂଟରେ ନେଇ ଖୁସିରେ ଖାଉଛନ୍ତି ।
       ଏହା ଦେଖି ଶିଷ୍ୟଟି ଭାବିଲା ଏସବୁ ନିତାନ୍ତ ଅନ୍ୟାୟ କାର୍ଯ୍ୟ । ନିର୍ଦ୍ଧୟ କୃଷକମାନଙ୍କୁ ଏଥିରୁ ବାରଣ କରିବା ଦରକାର । ସୁତରାଂ ଏ ମାର୍ଗ ଛାଡି ମୁଁ କୃଷକ ହେବି ଓ ପୋକଯୋକ ଯେପରି ନ ମରନ୍ତି ଯତ୍ନ ନେବା ସହିତ କୃଷକ ସମାଜ ଯତ୍ନବାନ ହେବା ପାଇଁ ପରାମର୍ଶ ଦେବି ।
       ଏବେ ବୌଦ୍ଧ ସାଧୁ ବି ଶିଷ୍ୟର ମନ କଥା ଜାଣି ପକାଇଲେ । ସେ ଶିଷ୍ୟକୁ କହିଲେ, “ତୁମେ ବାବୁ ଏବେ ତୁମର ଗଣ୍ଠିଲି ମୋତେ ଦେଇଦିଅ, ଆଉ ତୁମେ ଆଗେ ଆଗେ ଚାଲ । ମୁଁ ପଛେ ପଛେ ଯିବି ।”
       ଏଥର ଶିଷ୍ୟ ଜଣକ ଗୁରୁଙ୍କ କଥା ରହସ୍ୟ କିଛି ବୁଝି ପାରିଲା ନାହିଁ କି ନିଜ ସନ୍ଦେହ ମୋଚନ ପାଇଁ ପଚାରି ପାରିଲା ନାହିଁ । ଗୁରୁଙ୍କ କଥା ରକ୍ଷା କରି ଗଣ୍ଠିଲି ଗୁରୁଙ୍କୁ ଦେଇ ଆଗେ ଆଗେ ଚାଲିଲା ଶିଷ୍ୟ । ବାଟଯାକ ଖାଲି ଭାବୁଥାଏ, ଗୁରୁ ଏଭଳି କାହିଁକି କହିଲେ? ଅଧିକ...

ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ

କଥାଟା ସୃଷ୍ଟି ସର୍ଜନା ବେଳର । ସେତେବେଳେ ସାପ ଓ ମଣିଷ ଭିତରେ ପ୍ରଗାଢ ବନ୍ଧୁତ୍ୱ ରହିଥିଲା । କେହି କାହାକୁ ନ ଦେଖିଲେ ଦଣ୍ଡେ ରହିପାରୁ ନ ଥିଲେ । ସୃଷ୍ଟି ଆରମ୍ଭରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଜିନିଷ ବାଂଟିଲେ । ତହୁଁ ପ୍ରାଣୀମାନେ ପହଁଚି ନିଜ ନିଜକୁ ସୁହାଇଲା ଭଳି ଦ୍ରବ୍ୟ ମାଗିନେଲେ ।
       ବଂଟାବଂଟି ଶେଷ ହେଲା ବେଳକୁ ମଣିଷ ଓ ସାପ ସାଙ୍ଗ ହୋଇ ପହଁଚିଲେ । ହେଲେ ସେତେବେଳକୁ ଭଗବାନଙ୍କ ପାଖରେ ବୁଦ୍ଧି ଓ ସାହସ – ଏହି ଦୁଇଗୁଣ କେବଳ ରହିଥିଲା ।
       ଏଥର ଭଗବାନଙ୍କ ବିଚାରରେ ମଣିଷକୁ ‘ବୁଦ୍ଧି’ ଓ ସାପକୁ ‘ସାହସ’ ଗୁଣ ମିଳିଗଲା । ମାତ୍ର ସାପଟି ଅତି ସରଳ ପ୍ରକୃତିର ଥିଲା । ଏବେ ତା’ର ବନ୍ଧୁ ମଣିଷ ପାଇଁ ଅଭିଯୋଗ ଉଠାଇ ସାପ କହିଲା, “ଆପଣ ନିଜ ଚେହେରା ପରି ମଣିଷକୁ ସୃଷ୍ଟି କରିଥିବାରୁ ଆମେ ସାପ ଜାତି ମଣିଷମାନେ ଭଗବାନଙ୍କ ପ୍ରତିରୂପ ଭାବି ଜୀବନ୍ତ ଭଗବାନ ବୋଲି ବିଶ୍ୱାସ କରୁଛୁ । ସୁତରାଂ ଆପଣ ମଣିଷଙ୍କୁ ବୁଦ୍ଧି ସିନା ଦେଲେ, ସାହସ ତ ଦେଲେ ନାହିଁ । ବନ୍ଧୁ ହିସାବରେ ସେମାନେ ଆମକୁ ବିପଦରୁ ରକ୍ଷା କରିବେ କିପରି? ତେଣୁ ଆମଠାରୁ ସାହସ ନେଇ ମଣିଷକୁ ଦିଆଯାଉ । ଆମ ପାଖରେ ସାହସ କ’ଣ ଲୋଡା ଯେ? ଆମେ ତ ଆମର ବନ୍ଧୁ ମଣିଷ ଖୁସି ରହିଲେ ଆମେ ଖୁସିହେବୁ ।” ଅଧିକ...

ସ୍ୱର୍ଗରେ ରାଜା ନିଯୁକ୍ତି

ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।
       ସେତେବେଳେ ସିଂକକ୍ ନାମକ ରାଜ୍ୟର ରାଜା ବି ଏହି ପଦ ଆଶାୟୀ ଥିଲେ । ସୁତରାଂ ନିଜ ରାଜ୍ୟର ପ୍ରଜାମାନଙ୍କୁ ସୁଶାସନ ଦେଇ ଏହାକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବାପାଇଁ ପ୍ରସ୍ତୁତି ଚଳାଇଲେ । ସେ ମନେ ମନେ ଭାବିଲେ ରାଜ୍ୟରେ ଥିବା ଅଳସୁଆ, ଠକ, ଚୋର, ମଦ୍ୟପ ଆଦି ଅପାରଗ ଲୋକଙ୍କୁ ରାଜ୍ୟରୁ ବାହାର କରି ଭଲ ଭଲ ଲୋକ ବାଛି ରଖିବାକୁ ହେବ ।
       ତହୁଁ ରାଜାଙ୍କ ନିର୍ଦ୍ଧେଶରେ ରାଜକର୍ମଚାରୀମାନଙ୍କ ଦ୍ୱାରା ରାଜ୍ୟର ଖରାପ ଲୋକଙ୍କ ତାଲିକା ତିଆରି କରାଗଲା । ଏଭଳି ଲୋକଙ୍କୁ ରାଜ୍ୟକୁ ଲାଗିଥିବା କିନ୍ସୁର ନାମକ ଏକ ଦ୍ୱୀପକୁ ପଠାଇ ଦିଆଗଲା । ହେଲେ ସେଠାରେ ରାଜତ୍ୱ କରୁଥିବା ରାଜା ଏଭଳି ଆଦେଶକୁ ବିରୋଧ କଲେ ନାହିଁ, ବରଂ ଦ୍ୱୀପର ଲୋକସଂଖ୍ୟା ବଢିଯିବାରୁ ଖୁସି ହେଲେ ।
       ଏଣେ ଖରାପ ଲୋକଙ୍କୁ ରାଜ୍ୟରୁ ତଡିଦିଆଯିବାରୁ ସାରା ରାଜ୍ୟରେ କାନ୍ଦ ବୋବାଳି ପଡିଗଲା । କାରଣ ପ୍ରତେକ ପରିବାରରୁ କେହି ନା କେହି ଜଣେ ଖରାପ ଲୋକ ଥିଲେ ଯିଏ ବିତାଡିତ ହୋଇଗଲେ । ସୁତରାଂ ପ୍ରଜାମାନେ ମନ ଦୁଃଖରେ ରହିଲେ ସିନା ରାଜାଙ୍କୁ କେହି କିଛି କହିପାରିଲେ ନାହିଁ । ପ୍ରଜାମାନଙ୍କର ଏଭଳି ଅବସ୍ଥା ରାଜା ଜାଣିଲେ ନାହିଁ କି ବୁଝିଲେ ନାହିଁ । ହେଲେ ରାଜାଙ୍କ ମନରେ ଧାରଣା ଆସିଗଲା ଯେ, ସବୁ ଭଲ ଭଲ ଲୋକଙ୍କୁ ନେଇ ଦେଶ ଆଦର୍ଶ ହୋଇଗଲା । ସୁତରାଂ ଏବେ ସ୍ୱର୍ଗରେ ରାଜପଦ ନିଶ୍ଚିତ ମିଳିଯିବ ।
       ଏହି ସମୟରେ ଶୂନ୍ୟବାଣୀ ହେଲା – ଖୁବ୍ ନିକଟରେ ସ୍ୱର୍ଗର ରାଜପଦ ପାଇଁ ଯୋଗ୍ୟ ରାଜାଙ୍କ ନାମ ଘୋଷଣା କରାଯିବ । ଏକଥା ଶୁଣି ସିଂକକ୍ର ରାଜା ଭାରି ଖୁସି ହୋଇଗଲେ । ସ୍ୱର୍ଗର ରାଜା ହେବା ଆଶାରେ ତାଙ୍କୁ ରାତିରେ ନିଦ ଲାଗିଲା ନାହିଁ । ଅଧିକ...

ଯେ ପାଂଚେ ପରମନ୍ଦ

ଓଡିଶାର ଲୋକ କଥାଟିଏ । ଓଡିଶାର ମୁରୀବାହଲ ନାମକ ଅଂଚଳରେ ଧନୀରାମ ନାମକ ଜଣେ ଏକ ଗଉନ୍ତିଆ ଥିଲେ । ସେ ଗୋଟିଏ ଗଧ ଓ ଗୋଟିଏ ଛେଳି ପୋଷି ଥିଲେ । ଗଧଟି ଥିଲା ଭାରି ମଠୁଆ, ହେଲେ ବହୁତ ଖାଉଥିଲା । ଗଧର ଖାଦ୍ୟ ଯେତେ ଅଧିକ ହେଲେ ବି ମାଲିକର ଭାର ବୋହୁଥିବାରୁ ତାକୁ ଖାଦ୍ୟ ମିଳିଯାଉଥାଏ । ହେଲେ ଛେଳିକୁ ମାଲିକ ପଚାରୁନଥାଏ । ସେ ଆପେ ଆପେ ଗଛରୁ ଡାଳପତ୍ର ଖାଇ ବଂଚିରହିଥାଏ । ଆଉ ଛେଳିଟି ଗଧ ଉପରେ ଈର୍ଷା କରୁଥାଏ ।
       ଦିନକର କଥା । ଛେଳି ଗଧକୁ ଡାକି କହିଲା, “ଭାଇ! ତୋର ଗଧ ଖଟଣି ଦେଖି ମୋର ଗଉନ୍ତିଆ ଉପରେ ଯେତିକି ରାଗ ବଢୁଚି ସେତିକି ଦୟା ବି ଆସୁଛି । ଗଉନ୍ତିଆ ତୋ ପିଠିରେ ଚାଷୀଙ୍କଠାରୁ ଚାଉଳ, ମୁଗ, ବିରି, ସୋରିଷ, ବାଦାମ, ମକା ଆଦି କମ୍ ପଇସାରେ କିଣି ବୋହି ଆଣି ବିକି ବହୁତ ଲାଭବାନ ହେଉଛି । ହେଲେ ତୋତେ କି ଲାଭ ମିଳୁଛି । ତୁ ଜାତିରେ ଗଧ ବୋଲି ବୋହିବାର ଗୋଟିଏ ସୀମା ଅଛି ନା ନାହିଁ? ସୁତରାଂ ବେଳ ଥାଉ ଥାଉ ସାବଧାନ ହୋଇଯା ।”
       ଏବେ ଗଧ ପଚାରିଲା, “ଛେିଳି ଭାଇ, ସତକଥାଟିଏ ସିନା କହିଛୁ, ହେଲେ ଏଥିରୁ ମୁକ୍ତି ପାଇବି କେମିତି?” ଅଧିକ...

ଅନ୍ଧବିଶ୍ୱାସ

ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ ।
      ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ ଠିକ୍ କରିନେଲା ପଡୋଶୀ ଘରର ପୋଷା କୁକୁଡା ହିଁ ତା’ର ରୋଗର କାରଣ । ଏହିକଥା ସେ ପଡୋଶୀ ଘରର ଲୋକଙ୍କୁ ଜଣାଇଦେଲା ।
       ପଡୋଶୀ ଜଣକ ଏଭଳି କଥାଶୁଣି କିଛି ବୁଝି ପାରିଲେ ନାହିଁ । କୁକୁଡାଟି କିପରି ରୋଗର କାରଣ ପଚାରିବାରୁ ଲୋକଟି କହିଲା, “ତୁମର କୁକୁଡା ରାତିସାରା ଏମିତି ରାବୁଛି ଯେ, ମୋତେ ଜମା ଶୁଆଇ ଦେଉନାହିଁ । ଫଳରେ ମୋର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦୟାକରି ଆପଣ ସେହି କୁକୁଡାର ରାବ ବନ୍ଦ କରାଇ ଦିଅନ୍ତୁ ।”
       ଏବେ ପଡୋଶୀ ଜଣକ ଭାବିଲେ କି ଅଜବ ଲୋକ ଇଏ? କୁକୁଡା କେବେ କ’ଣ ରାତିରେ ରାବନ୍ତି? ତହୁଁ ପଡୋଶୀ କହିଲେ, “ମହାଶୟ, ମୋ’ କୁକୁଡା ତ କେବେ ରାତିରେ ରାବେ ନାହିଁ । ଆପଣ କେଉଁଠୁ ଶୁଣି ଏକଥା କହୁଛନ୍ତି?” ସିଏତ ପ୍ରତ୍ୟୁଷରେ ବୋବାଏ ଓ ରାତିପାହିଲାଣି ବୋଲି ଲୋକଙ୍କୁ ନିଦରୁ ଉଠାଇଦିଏ । ଆପଣ ଓଲଟା କଥା କହୁଛନ୍ତି କେମିତି?” ଅଧିକ...

ଅତି ଲୋଭ କରନାହିଁ

କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା ।
       ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ, “ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି । ଏଥିପାଇଁ ଏତେ ଚିନ୍ତା କରିବା ଠିକ୍ ନୁହେଁ ।”
       ଏକଥା ଲୁଚି ରହି ସୈତାନ୍ ଟିଏ ଶୁଣୁଥିଲା । ଈଶ୍ୱରଙ୍କ କାର୍ଯ୍ୟକୁ ବିଫଳ କରାଇବା ଥିଲା ସୈତାନର ଚିନ୍ତା । ସୁତରାଂ ମଣିଷ ଈଶ୍ୱରଙ୍କ ନିକଟରୁ ନିରାଶ ହୋଇ ଫେରିବା ବେଳେ ସୈତାନ୍ ବାଟରେ ଅଟକାଇ କହିଲା, “ହେ ମଣିଷ ଭାଇ! ତୁ ଜିଭ ଚାହୁଁଛୁ ନା, ମୁଁ ତୋତେ ଜିଭଟିଏ ଦେବି । ତୁ କାଳେ ଜିଭ ପାଇଲେ ଈଶ୍ୱରଙ୍କ ସହିତ ଯୁକ୍ତିତର୍କ କରି ଟକ୍କର ଦେବୁ, ସେଇଥିପାଇଁ କପଟ କରି ତୋତେ ଜିଭ ଦେଇ ନାହାନ୍ତି । ଏବେ ଈଶ୍ୱରଙ୍କର ଅକଲ ଗୁଡୁମ୍ କରିବା ଚାଲ ।”
       ମଣିଷ ଏବେ ସୈତାନ୍ ର ଫନ୍ଦି ଫିକର ଜାଣି ପାରିଲା ନାହିଁ । ସେ ସୈତାନ୍ କଥାରେ ଭଳିଗଲା । ସୈତାନ ତହୁଁ ନିଜ ଆଖିରୁ ଅଗ୍ନି ସୃଷ୍ଟିକରି ସେଥିରୁ ଜିଭଟିଏ ବାହାର କଲା । ତାକୁ ମଣିଷ ପାଟିରେ ଲଗାଇଦେଲା । ଅଧିକ...

ମୌସୁମୀ ବର୍ଷା

ପୂର୍ବକାଳରେ ବର୍ଷାର କୌଣସି ଠିକ୍ ଠିକଣା ନଥିଲା । ଯେତେବେଳେ ଇଚ୍ଛା ସେତେବେଳେ ବର୍ଷା ହେଉଥିଲା । ଫଳରେ ଚାଷକରି ଫସଲ ଉପୁଜାଇବା କାଠିକର ପାଠ ହୋଇଯାଉଥିଲା । ବିଶେଷକରି କଠିନ ମାଟିକୁ ଚାଷକରିବା ପାଇଁ ବଳଦମାନେ ବହୁ କଷ୍ଟ ଭୋଗୁଥିଲେ । ତଥାପି ଯେତେ କଷ୍ଟ ହେଲେ ବି ଚାଷ କାମ ଚାଲିଥାଏ ।

       ମର୍ତ୍ତ୍ୟରେ ବଳଦମାନେ ଚାଷ କଲାବେଳେ ଯେଉଁ କଷ୍ଟ ହେଉଥିଲା ତାକୁ ସ୍ୱର୍ଗର ପବିତ୍ର ଗୋମାତା ସୁରଭି ସ୍ୱର୍ଗଲୋକରେ ଦେଖି ପାରିଲେ । ଏହି କଷ୍ଟକୁ ସେ ଆଦୌ ସହି ପାରିଲେ ନାହିଁ, ଅତ୍ୟନ୍ତ ମନଦୁଃଖ କଲେ ।
       ଦିନେ ସୁରଭି ଭଗବାନଙ୍କ ଉଦ୍ଧେଶ୍ୟରେ ମର୍ତ୍ତ୍ୟର ବଳଦମାନଙ୍କ ଦୁଃଖକାହାଣୀ ବର୍ଣ୍ଣନା କଲେ ।
       ତହୁଁ ଈଶ୍ୱର କହିଲେ, “ମା’ ତୁ ବ୍ୟସ୍ତ ହେଲେ ଚଳିବ ନାହିଁ । ମର୍ତ୍ତ୍ୟରେ ଚାଷବାସ ନହେଲେ ମଣିଷ ବଂଚିବେ କେମିତି? ତୋ’ ଭାଇମାନେ କିଛି ତ୍ୟାଗ ନ କଲେ ମର୍ତ୍ତ୍ୟଭୂଇଁ ଯେ ମରୁଭୂମି ପାଲଟିଯିବ । ତେଣୁ ତୁ ଗୋଟିଏ କାମ କର । ଏହିକଥା ଇନ୍ଦ୍ରଙ୍କ ଆଗରେ ଜଣାଇଲେ ହୁଏତ ସେ କିଛି କରିପାରନ୍ତି ।” ଅଧିକ...