ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ
ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା
ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ
ପ୍ରଦର୍ଶନ କରୁଥିଲେ ।
ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍
କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା ଗଣି ନଅ ବୋଲି
ଜାଣିଲା । ସେ ଏକଥା ଅନ୍ୟମାନଙ୍କୁ କହିଲା, ସେମାନେ ବି ଜଣ ଜଣ କରି ଗଣିଲେ । ହେଲେ
ସମସ୍ତଙ୍କର ଫଳାଫଳ ସେଇ ନଅ ।
ଅସଲକଥାଟି ହେଲା ସେମାନେ ପ୍ରତେକ ଥର
ଗଣିଲାବେଳେ ନିଜ ନିଜକୁ ଛାଡି ଗଣୁଥିଲେ । ତେଣୁ ସବୁବେଳେ ଫଳାଫଳ ‘ନଅ’ ହେଉଥିଲା ।
ସୁତରାଂ ସେମାନେ ଭାବିଲେ ଆମମାନଙ୍କ ଭିତରୁ କିଏ ଜଣେ ବାଟରେ କେଉଁଠି ହଜିଯାଇଛି । ଆଉ
ହଜିଯାଇଥିବା ଲୋକଟି କିଏ ଜାଣି ନ ପାରି ସମସ୍ତେ ମନଦୁଃଖ କଲେ । ଆଉ ଆଗକୁ ଯିବେ କ’ଣ
ରାସ୍ତା କଡର ଗଛମୂଳେ ବସି ସମସ୍ତେ ଖୁବ୍ ବଡପାଟିରେ କାନ୍ଦିବାକୁ ଲାଗିଲେ । ଅଧିକ...
No comments:
Post a Comment