Thursday, July 30, 2015

ଯେ ପାଂଚେ ପରମନ୍ଦ

ଓଡିଶାର ଲୋକ କଥାଟିଏ । ଓଡିଶାର ମୁରୀବାହଲ ନାମକ ଅଂଚଳରେ ଧନୀରାମ ନାମକ ଜଣେ ଏକ ଗଉନ୍ତିଆ ଥିଲେ । ସେ ଗୋଟିଏ ଗଧ ଓ ଗୋଟିଏ ଛେଳି ପୋଷି ଥିଲେ । ଗଧଟି ଥିଲା ଭାରି ମଠୁଆ, ହେଲେ ବହୁତ ଖାଉଥିଲା । ଗଧର ଖାଦ୍ୟ ଯେତେ ଅଧିକ ହେଲେ ବି ମାଲିକର ଭାର ବୋହୁଥିବାରୁ ତାକୁ ଖାଦ୍ୟ ମିଳିଯାଉଥାଏ । ହେଲେ ଛେଳିକୁ ମାଲିକ ପଚାରୁନଥାଏ । ସେ ଆପେ ଆପେ ଗଛରୁ ଡାଳପତ୍ର ଖାଇ ବଂଚିରହିଥାଏ । ଆଉ ଛେଳିଟି ଗଧ ଉପରେ ଈର୍ଷା କରୁଥାଏ ।
       ଦିନକର କଥା । ଛେଳି ଗଧକୁ ଡାକି କହିଲା, “ଭାଇ! ତୋର ଗଧ ଖଟଣି ଦେଖି ମୋର ଗଉନ୍ତିଆ ଉପରେ ଯେତିକି ରାଗ ବଢୁଚି ସେତିକି ଦୟା ବି ଆସୁଛି । ଗଉନ୍ତିଆ ତୋ ପିଠିରେ ଚାଷୀଙ୍କଠାରୁ ଚାଉଳ, ମୁଗ, ବିରି, ସୋରିଷ, ବାଦାମ, ମକା ଆଦି କମ୍ ପଇସାରେ କିଣି ବୋହି ଆଣି ବିକି ବହୁତ ଲାଭବାନ ହେଉଛି । ହେଲେ ତୋତେ କି ଲାଭ ମିଳୁଛି । ତୁ ଜାତିରେ ଗଧ ବୋଲି ବୋହିବାର ଗୋଟିଏ ସୀମା ଅଛି ନା ନାହିଁ? ସୁତରାଂ ବେଳ ଥାଉ ଥାଉ ସାବଧାନ ହୋଇଯା ।”
       ଏବେ ଗଧ ପଚାରିଲା, “ଛେିଳି ଭାଇ, ସତକଥାଟିଏ ସିନା କହିଛୁ, ହେଲେ ଏଥିରୁ ମୁକ୍ତି ପାଇବି କେମିତି?” ଅଧିକ...

No comments:

Post a Comment