ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ ।
ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ
ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି ।
ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ
ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ ।
ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ ବୁଲିବୁଲି ପକ୍ଷୀ
ଶାବକମାନଙ୍କୁ ଖାଇଯାଏ । ଏଥିରୁ ବଗ ଓ କାକ ଦମ୍ଫତ୍ତି ମଧ୍ୟ ବାଦପଡି ନଥିଲେ । ଏହି
କାରଣରୁ ସେମାନେ ଦୁଃଖୀ ଥିଲେ ।
ଦିନେ ବଗ ଓ କାଉ ଦମ୍ଫତ୍ତି ବସି ଏହାର ନିରାକରଣ ଚିନ୍ତା କଲେ ।
ସେଇ ବୃକ୍ଷ ନିକଟରେ ଏକ ନେଉଳ ବି ବାସ
କରୁଥାଏ । ସେ ଅତି ଦୟାଳୁ ଓ ପରୋପକାରୀ ଥିଲା । ଏହି ଗୁଣ ଯୋଗୁଁ ନେଉଳ କେବେ ଅସୁସ୍ଥ
ହୋଇ ପଡିଲେ ବୃକ୍ଷଟିଯାକର ପକ୍ଷୀ ତାକୁ ସାହାଯ୍ୟ କରୁଥିଲେ । ସୁତରାଂ ନେଉଳ ସବୁ
ପକ୍ଷୀମାନଙ୍କ ପ୍ରତି କୃତଜ୍ଞ ଥିଲା ।
ଦିନକର କଥା ପକ୍ଷୀମାନଙ୍କର ଏଭଳି ଅସହାୟ
ଓ ଚିନ୍ତିତ ଅବସ୍ଥା ଦେଖି ନେଉଳ କହିଲା, “ଦୁଃଖ କରନ୍ତୁ ନାହିଁ । ସାପ ତ ମୋତେ
ଲୁଚିଛପି ରହି ଏକାମ କରୁଛି । ସୁତରାଂ ତୁମମାନଙ୍କ ଭିତରୁ କେହି ଯଦି ସାପର ଉପସ୍ଥିତି
ମୋତେ ଜଣାଇ ଦେବ ତେବେ ମୁଁ ତାକୁ ମାରିଦେବି ।” ଅଧିକ...
No comments:
Post a Comment