କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ
ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ
ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା ।
ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ,
“ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି ।
ଏଥିପାଇଁ ଏତେ ଚିନ୍ତା କରିବା ଠିକ୍ ନୁହେଁ ।”
ଏକଥା ଲୁଚି ରହି ସୈତାନ୍ ଟିଏ ଶୁଣୁଥିଲା
। ଈଶ୍ୱରଙ୍କ କାର୍ଯ୍ୟକୁ ବିଫଳ କରାଇବା ଥିଲା ସୈତାନର ଚିନ୍ତା । ସୁତରାଂ ମଣିଷ
ଈଶ୍ୱରଙ୍କ ନିକଟରୁ ନିରାଶ ହୋଇ ଫେରିବା ବେଳେ ସୈତାନ୍ ବାଟରେ ଅଟକାଇ କହିଲା, “ହେ ମଣିଷ
ଭାଇ! ତୁ ଜିଭ ଚାହୁଁଛୁ ନା, ମୁଁ ତୋତେ ଜିଭଟିଏ ଦେବି । ତୁ କାଳେ ଜିଭ ପାଇଲେ
ଈଶ୍ୱରଙ୍କ ସହିତ ଯୁକ୍ତିତର୍କ କରି ଟକ୍କର ଦେବୁ, ସେଇଥିପାଇଁ କପଟ କରି ତୋତେ ଜିଭ ଦେଇ
ନାହାନ୍ତି । ଏବେ ଈଶ୍ୱରଙ୍କର ଅକଲ ଗୁଡୁମ୍ କରିବା ଚାଲ ।”
ମଣିଷ ଏବେ ସୈତାନ୍ ର ଫନ୍ଦି ଫିକର ଜାଣି
ପାରିଲା ନାହିଁ । ସେ ସୈତାନ୍ କଥାରେ ଭଳିଗଲା । ସୈତାନ ତହୁଁ ନିଜ ଆଖିରୁ ଅଗ୍ନି
ସୃଷ୍ଟିକରି ସେଥିରୁ ଜିଭଟିଏ ବାହାର କଲା । ତାକୁ ମଣିଷ ପାଟିରେ ଲଗାଇଦେଲା । ଅଧିକ...
No comments:
Post a Comment