ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଆଦିମ
ଅଧିବାସୀଙ୍କର ଜଣେ ରାଜା ଥିଲେ । ରାଜା ଜଣକ ଥିଲେ ଜଣେ ବିଚକ୍ଷଣ ଘୋଡା ଦୌଡାଳୀ । ସେ
ଘୋଡା ଛୁଟାଇଲା ବେଳେ ଭୂଇଁରୁ ଧୂଳି ଉଡି ଆକାଶରେ ମେଘର ଭ୍ରମ ସୃଷ୍ଟି କରିଥାଏ ।
ସତେଯେମିତି ଆକାଶରେ ସୂର୍ଯ୍ୟ ଲୁଚି ଯାଇ ଦିନକୁ ରାତି କରିଦେଉଥିଲେ । ତାଙ୍କୁ କୌଣସି
ଘୋଡାଦୌଡାଳି ଟପିଯାଉନଥିଲେ । ଫଳରେ ତାଙ୍କ ମନରେ ଅପାର ଗର୍ବ ଆସିଯାଇଥିଲା ।
ସେହି ଅହଂକାରୀ ରାଜାଙ୍କର ଆଉ ଗୋଟିଏ
ଖରାପ ଗୁଣ ଥିଲା । ସେ ଯଦି ଖବର ପାଉଥିଲେ କାହାର ଘୋଡା ଖୁବ୍ ଜୋର୍ ଦୌଡୁଛି ସେ ଗୋପନରେ
ସେଠାକୁ ଲୋକ ପଠାଇ ସେ ଘୋଡାର ଖୁରାଟି କାଟି ଦେଉଥିଲେ । ଫଳରେ ସେହି ଘୋଡା ଅକାମି ହୋଇ
ପଡୁଥିଲା ।
ସୁତରାଂ ଏଭଳି ଅନ୍ୟାୟ ଭଗବାନ ସହି ପାରିଲେ ନାହିଁ ।
ଦିନକର କଥା । ସେହି ରାଜାଙ୍କ ସହିତ
ଘୋଡାଦୌଡ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ, ଜଣେ ଯୁବକ । ଯୁବକ ଜଣକ ଯେଭଳି ଦୁର୍ବଳ
ଦେଖାଯାଉଥିଲେ, ତା’ଠାରୁ ବଳି ତାଙ୍କର ଘୋଡା। ଅଧିକ...
No comments:
Post a Comment