ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ
ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ
ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି
ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ ।
ଦିନକର କଥା । ଲୋକଟି ମନରେ କ’ଣ ଭାବିଲା
କେଜାଣି, ସେ ଠିକ୍ କରିନେଲା ପଡୋଶୀ ଘରର ପୋଷା କୁକୁଡା ହିଁ ତା’ର ରୋଗର କାରଣ ।
ଏହିକଥା ସେ ପଡୋଶୀ ଘରର ଲୋକଙ୍କୁ ଜଣାଇଦେଲା ।
ପଡୋଶୀ ଜଣକ ଏଭଳି କଥାଶୁଣି କିଛି ବୁଝି
ପାରିଲେ ନାହିଁ । କୁକୁଡାଟି କିପରି ରୋଗର କାରଣ ପଚାରିବାରୁ ଲୋକଟି କହିଲା, “ତୁମର
କୁକୁଡା ରାତିସାରା ଏମିତି ରାବୁଛି ଯେ, ମୋତେ ଜମା ଶୁଆଇ ଦେଉନାହିଁ । ଫଳରେ ମୋର
ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦୟାକରି ଆପଣ ସେହି କୁକୁଡାର ରାବ
ବନ୍ଦ କରାଇ ଦିଅନ୍ତୁ ।”
ଏବେ ପଡୋଶୀ ଜଣକ ଭାବିଲେ କି ଅଜବ ଲୋକ
ଇଏ? କୁକୁଡା କେବେ କ’ଣ ରାତିରେ ରାବନ୍ତି? ତହୁଁ ପଡୋଶୀ କହିଲେ, “ମହାଶୟ, ମୋ’ କୁକୁଡା
ତ କେବେ ରାତିରେ ରାବେ ନାହିଁ । ଆପଣ କେଉଁଠୁ ଶୁଣି ଏକଥା କହୁଛନ୍ତି?” ସିଏତ
ପ୍ରତ୍ୟୁଷରେ ବୋବାଏ ଓ ରାତିପାହିଲାଣି ବୋଲି ଲୋକଙ୍କୁ ନିଦରୁ ଉଠାଇଦିଏ । ଆପଣ ଓଲଟା
କଥା କହୁଛନ୍ତି କେମିତି?” ଅଧିକ...
No comments:
Post a Comment