Thursday, July 30, 2015

ସଫଳତା ପାଇଁ ଉଦ୍ୟମ ଲୋଡା

ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଆଦିମ ଅଧିବାସୀଙ୍କର ଜଣେ ରାଜା ଥିଲେ । ରାଜା ଜଣକ ଥିଲେ ଜଣେ ବିଚକ୍ଷଣ ଘୋଡା ଦୌଡାଳୀ । ସେ ଘୋଡା ଛୁଟାଇଲା ବେଳେ ଭୂଇଁରୁ ଧୂଳି ଉଡି ଆକାଶରେ ମେଘର ଭ୍ରମ ସୃଷ୍ଟି କରିଥାଏ । ସତେଯେମିତି ଆକାଶରେ ସୂର୍ଯ୍ୟ ଲୁଚି ଯାଇ ଦିନକୁ ରାତି କରିଦେଉଥିଲେ । ତାଙ୍କୁ କୌଣସି ଘୋଡାଦୌଡାଳି ଟପିଯାଉନଥିଲେ । ଫଳରେ ତାଙ୍କ ମନରେ ଅପାର ଗର୍ବ ଆସିଯାଇଥିଲା ।
       ସେହି ଅହଂକାରୀ ରାଜାଙ୍କର ଆଉ ଗୋଟିଏ ଖରାପ ଗୁଣ ଥିଲା । ସେ ଯଦି ଖବର ପାଉଥିଲେ କାହାର ଘୋଡା ଖୁବ୍ ଜୋର୍ ଦୌଡୁଛି ସେ ଗୋପନରେ ସେଠାକୁ ଲୋକ ପଠାଇ ସେ ଘୋଡାର ଖୁରାଟି କାଟି ଦେଉଥିଲେ । ଫଳରେ ସେହି ଘୋଡା ଅକାମି ହୋଇ ପଡୁଥିଲା ।
       ସୁତରାଂ ଏଭଳି ଅନ୍ୟାୟ ଭଗବାନ ସହି ପାରିଲେ ନାହିଁ ।
       ଦିନକର କଥା । ସେହି ରାଜାଙ୍କ ସହିତ ଘୋଡାଦୌଡ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ, ଜଣେ ଯୁବକ । ଯୁବକ ଜଣକ ଯେଭଳି ଦୁର୍ବଳ ଦେଖାଯାଉଥିଲେ, ତା’ଠାରୁ ବଳି ତାଙ୍କର ଘୋଡା। ଅଧିକ...

ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ

ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ ।
       ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍ କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା ଗଣି ନଅ ବୋଲି ଜାଣିଲା । ସେ ଏକଥା ଅନ୍ୟମାନଙ୍କୁ କହିଲା, ସେମାନେ ବି ଜଣ ଜଣ କରି ଗଣିଲେ । ହେଲେ ସମସ୍ତଙ୍କର ଫଳାଫଳ ସେଇ ନଅ ।
       ଅସଲକଥାଟି ହେଲା ସେମାନେ ପ୍ରତେକ ଥର ଗଣିଲାବେଳେ ନିଜ ନିଜକୁ ଛାଡି ଗଣୁଥିଲେ । ତେଣୁ ସବୁବେଳେ ଫଳାଫଳ ‘ନଅ’ ହେଉଥିଲା । ସୁତରାଂ ସେମାନେ ଭାବିଲେ ଆମମାନଙ୍କ ଭିତରୁ କିଏ ଜଣେ ବାଟରେ କେଉଁଠି ହଜିଯାଇଛି । ଆଉ ହଜିଯାଇଥିବା ଲୋକଟି କିଏ ଜାଣି ନ ପାରି ସମସ୍ତେ ମନଦୁଃଖ କଲେ । ଆଉ ଆଗକୁ ଯିବେ କ’ଣ ରାସ୍ତା କଡର ଗଛମୂଳେ ବସି ସମସ୍ତେ ଖୁବ୍ ବଡପାଟିରେ କାନ୍ଦିବାକୁ ଲାଗିଲେ । ଅଧିକ...

ବିଶ୍ୱାସଘାତକତାର ଫଳ ଅତି ବିଷମ

ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି ।
       ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ । ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ ବୁଲିବୁଲି ପକ୍ଷୀ ଶାବକମାନଙ୍କୁ ଖାଇଯାଏ । ଏଥିରୁ ବଗ ଓ କାକ ଦମ୍ଫତ୍ତି ମଧ୍ୟ ବାଦପଡି ନଥିଲେ । ଏହି କାରଣରୁ ସେମାନେ ଦୁଃଖୀ ଥିଲେ ।
       ଦିନେ ବଗ ଓ କାଉ ଦମ୍ଫତ୍ତି ବସି ଏହାର ନିରାକରଣ ଚିନ୍ତା କଲେ ।
        ସେଇ ବୃକ୍ଷ ନିକଟରେ ଏକ ନେଉଳ ବି ବାସ କରୁଥାଏ । ସେ ଅତି ଦୟାଳୁ ଓ ପରୋପକାରୀ ଥିଲା । ଏହି ଗୁଣ ଯୋଗୁଁ ନେଉଳ କେବେ ଅସୁସ୍ଥ ହୋଇ ପଡିଲେ ବୃକ୍ଷଟିଯାକର ପକ୍ଷୀ ତାକୁ ସାହାଯ୍ୟ କରୁଥିଲେ । ସୁତରାଂ ନେଉଳ ସବୁ ପକ୍ଷୀମାନଙ୍କ ପ୍ରତି କୃତଜ୍ଞ ଥିଲା ।
       ଦିନକର କଥା ପକ୍ଷୀମାନଙ୍କର ଏଭଳି ଅସହାୟ ଓ ଚିନ୍ତିତ ଅବସ୍ଥା ଦେଖି ନେଉଳ କହିଲା, “ଦୁଃଖ କରନ୍ତୁ ନାହିଁ । ସାପ ତ ମୋତେ ଲୁଚିଛପି ରହି ଏକାମ କରୁଛି । ସୁତରାଂ ତୁମମାନଙ୍କ ଭିତରୁ କେହି ଯଦି ସାପର ଉପସ୍ଥିତି ମୋତେ ଜଣାଇ ଦେବ ତେବେ ମୁଁ ତାକୁ ମାରିଦେବି ।” ଅଧିକ...